ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାମାଡ କରି ଉଡାଇ ଦେବାକୁ ଧମକ

ନୂଆଦିଲ୍ଲୀ,୨୬/୦୮:ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛି ଏହି ଅଜଣା ବ୍ୟକ୍ତି ।ମୁମ୍ବାଇ ସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟକୁ ଉଡାଇଦେବାକୁ ଇ-ମେଲ ମାଧ୍ୟମରେ  ଧମକ ମିଳିଛି । ଆରବିଆଇ କାର୍ଯ୍ୟାଳୟ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସମେତ ୧୧ଟି ସ୍ଥାନରେ ବୋମାମାଡ କରି ଉଡାଇ ଦେବାକୁ ଇମେଲ ଜରିଆରେ ଧମକ ଦିଆଯାଇଛି ।ଏହାପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଛି ।