ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ,୨୬/୧୨:  ଆଜି ପୁଲଓ୍ଵାମାରେ ୩ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯିବା ସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୁଲିସ ଓ ସେନା ସନ୍ଦିଗ୍ଧଙ୍କୁ ପଚରାଉଚରା କରୁଛନ୍ତି।ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ପୁଲୱାମାର ପାଞ୍ଜୁ ଓ ଗାମିରାଜରେ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ୩ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିଲା । ଏଥିସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରାଯାଇଛି। ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ତଦନ୍ତ ଜାରି ରହିଛି।