ଅନ୍ତିମ ପର୍ଯ୍ୟାୟରେ ଆଦିତ୍ୟ ଏଲ ୱାନ ମିଶନ

ଭୁବନେଶ୍ୱର,୨୬/୧୨: ବହୁ ପ୍ରତୀକ୍ଷା ପରେ ଅନ୍ତିମ ପର୍ଯ୍ୟାୟରେ  ପହଁଚିଛି ଆଦିତ୍ୟ ଏଲ ୱାନ ମିଶନ। ଏହା ଜାନୁଆରୀ ୬ତାରିଖରେ ନିର୍ଦ୍ଧାରିତ କକ୍ଷପଥ ଛୁଇଁବ । ଏହି ସମୟ ମିଶନର ଗୁରତ୍ୱପୂର୍ଣ୍ଣ ସମୟ ବୋଲି ସୋସିଆଲ ମିଡିଆ ଏକ୍ସ ଆକାଉଁଟରେ ସୂଚନା ଦେଇଛି ଇସ୍ରୋ । ଲାଗ୍ରେଞ୍ଜ ପଏଂଟ ଚାରିପାଖରେ ଥିବା ହାଲେ ଅର୍ବିଟରେ ଆଦିତ୍ୟ ଏଲ ୱାନର ସୁରକ୍ଷିତ ପ୍ରବେଶ କରିବାକୁ ଏହାର ଗତିବିଧି ଉପରେ ନଜର ରହିଥିବା କହିଛି ଇସ୍ରୋ ।ଆଦିତ୍ୟ ଏଲ ୱାନ ନିର୍ଦ୍ଧାରିତ ପକ୍ଷପଥରେ ସ୍ଥାପନ ହେବାକୁ ଏହାର ନାଭିଗେସନ ଏବଂ କଂଟ୍ରେଲେ ୟୂନିଟ ସଠିକ ଭାବେ କାମ କରିବାକୁ ପଡିବ । ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୨, ୨୦୨୩ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଆଦିତ୍ୟ ଏଲ ୱାନକୁ ଉତକ୍ଷେପଣ କରାଯାଇଥିଲା ।