ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୫/୧୨:ଗାଜାର ଏକ ଶରଣାର୍ଥୀ ଶିବିର ଉପରେ ପୁଣି ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ । ଫଳରେ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୭ ଶିଶୁ ରହିଛନ୍ତି । ଆକାଶମାର୍ଗରୁ ଶରଣାର୍ଥୀ ଶିବିର ଉପରେ ଆକ୍ରମଣ କରିଛି ଇସ୍ରାଏଲ ସେନା । ଏହି ଆକ୍ରମଣ ଯୋଗୁଁ ମୃତକଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ତେବେ ଇସ୍ରାଏଲ-ହମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି । କ୍ରମାଗତ ଇସ୍ରାଏଲର ଆକ୍ରମଣ ଯୋଗୁଁ ୨୦ ହଜାରରୁ ଅଧିକ ପାଲେଷ୍ଟାଇନ୍ ନାଗରିକଙ୍କ ମୃତ୍ୟୁ ହୋଇସାରିଲାଣି ।