ଦେଶରେ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୨୫/୧୨: ଏବେ ଦେଶରେ ଭୟ ବଢ଼ାଇଲାଣି କୋଭିଡର ନୂଆ ସବ ଭାରିଆଣ୍ଟ ଜେଏନ-ଡଟୱାନ । ସାରା ଦେଶରେ ସକ୍ରିୟ କୋଭିଡ ସଂକ୍ରମିତଙ୍କ ସଂଖ୍ରା ୪ହଜାର ୫୪ରେ ପହଂଚିଛି । ଗତ ୨୪ଘଂଟାରେ ୬୨୮ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪ହଜାର ପାର କରିଛି । ଏହାସହ କେରଳର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ମହାରାଷ୍ଟ୍ରର ଥାଣେରୁ ୫ଜଣଙ୍କ ନମୂନାରେ ନୂଆ ଭାରିଆଣ୍ଟ ଜେଏନ-ଡଟୱାନ ଚିହ୍ନଟ ହୋଇଛି । ରବିବାର ଦିନ ୬୫୬ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଶନିବାର ଦିନ ୭୫୨ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ।