ବଡ଼ଦିନରେ ବଡ଼ଦାଣ୍ଡରେ ଭିଡ଼, ମହାପ୍ରଭୁଙ୍କ ଦର୍ଶନ ନେଇ ଭକ୍ତଙ୍କ ସମାଗମ

ଭୁବନେଶ୍ୱର,୨୫/୧୨: ଆଜି ପବିତ୍ର ବଡ଼ଦିନ। ଏହି ପରିପ୍ରେକ୍ଷୀରେ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ହୁଏ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡଦାଣ୍ଡରେ ହୋଇଛି ଭକ୍ତଙ୍କ ସମାଗମ । ହଜାର ହଜାର ସଂଖ୍ୟାରେ ଭକ୍ତ ବଡ଼ଦାଣ୍ଡରେ ଏକାଠି ହୋଇଛନ୍ତି । ଏହା ସହ ଭକ୍ତଙ୍କ ଗହଳି ବଢୁଛି । ଲମ୍ବା ଲାଇନରେ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଉଛନ୍ତି । ଏହା ସହ ଆଗକୁ ନୂଆ ବର୍ଷ ଆସୁଛି । ନୂଆବର୍ଷ ଯେତିକି ପାଖଉଛି, ପର୍ଯ୍ୟଟକଙ୍କ ଭିଡ଼ ସେତିକି ବଢିଚାଲିଛି । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।