ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ସରକାର

ନୂଆଦିଲ୍ଲୀ,୨୪/୧୨: ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ହଟାଇଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ହିଜାବ ନିଷେଧାଦେଶ ଉପରେ କୌଣସି ବାଧ୍ୟ ବାଧକତା ନାହିଁ ବୋଲି କହିବା ସହ ମହିଳାଙ୍କ ଯାହା ଇଚ୍ଛା ତାହା ସେମାନେ ପିନ୍ଧନ୍ତୁ ବୋଲି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ । ମହୀଶୂରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ବେଳେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଏଣିକି ହିଜାବ ଉପରେ ଆଉ ନିଷେଧାଦେଶ ନାହିଁ । ନିଜ ପସନ୍ଦର କପଡା ପିନ୍ଧିବା ସମସ୍ତଙ୍କର ନିଜସ୍ୱ ଅଧିକାର ବୋଲି କହିଛନ୍ତି ସିଦ୍ଧରମୈୟା । ୨୦୨୨ରେ ତକ୍ରାଳୀନ ବିଜେପି ସରକାର ଆଣିଥିବା ସ୍କୁଲ କଲେଜରେ ହିଜାବ ବ୍ୟାନ୍ ନିର୍ଦ୍ଦେଶକୁ ରାଜ୍ୟରୁ ହଟାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।