ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି, ବନ୍ଦ ହେଲା ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩/୧୨:ସିସଟିଭିରେ କଏଦ ହୋଇଛି ଆତଙ୍କୀଙ୍କ ଭିଡିଓ ।ମୃତ ଆତଙ୍କୀଙ୍କ ଶବକୁ ବୋହି ନେଇଯାଉଥିବା ୩ ଆତଙ୍କୀ କ୍ୟାମେରାରେ କଏଦ ହୋଇଛନ୍ତି । ତେଣୁ ଜମ୍ମୁକଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବାହାର ରାଜ୍ୟରୁ ଆସୁଥିବା ଯାନବାହାନକୁ  ଯାଂଚ କରୁଛନ୍ତି ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୨୨ ଅଧରାତିରେ ଅଖନୁର ସେକ୍ଟର ଦେଇ ଆତଙ୍କୀ ଅନୁପ୍ରବେଶ ଉଦମ ପଣ୍ଡ ହୋଇଛି । ସେନା ଗୁଳିରେ ଜଣେ ଆତଙ୍କୀ ନିହତ ହୋଇଛି । ସେପଟେ ରଜୌରୀ ସେକ୍ଟରରେ ମୋଟାର ମାଡରେ ଜଣେ ନାଗରିକଙ୍କ ମୃତ୍ୟୁ ହୋଇଛି । ସୁରକ୍ଷା ଦୃଷ୍ଟିରେ ଦୁଇ ଜିଲ୍ଲାରେ ଇଂଟରନେଟ ସେବାକୁ ବନ୍ଦ କରାଯାଇଛି ।