ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ: ୧୦ ମୃତ ଓ ୧୫୦ ନିଖୋଜ

ନୂଆଦିଲ୍ଲୀ, ୮/୨: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ନିଖୋଜ ଅଛନ୍ତି। କିନ୍ତୁ ମୃତ୍ୟୁସଂଖ୍ୟା ୧୦୦ରୁ ୧୫୦ ମଧ୍ୟରେ ହେବା ଆଶଙ୍କା ରହିିିଛି।ତେଣୁ ରାଜ୍ୟରେ ରେଡ୍‌ ଆଲର୍ଟ ଜାରି କରାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି। ଏହାସହ ITBP, SDRF ଓ NDRF ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।