ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ

ଭୁବନେଶ୍ୱର,୨୩/୧୨: ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁଭସ୍ତମ୍ଭ, ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଛି । ଧାର୍ଯ୍ୟ କରାଯାଇଥିବା ଲଗ୍ନ ଅନୁସାରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା । ସେଠାରୁ ଦେବୀଙ୍କ ଇଦ୍ରଧ୍ୱଜକୁ ଶୋଭାଯାତ୍ରାରେ ନିଆଯାଇ ସ୍ଥାନୀୟ ହାଟପଦାସ୍ଥିତ ଧନୁଯାତ୍ରା ସଞ୍ଚାରମଣ୍ଡଳୀ ପଡିଆରେ ପହଞ୍ଚିଥିଲା । ଏହା ପରେ ରାଜପୁରୋହିତ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । କର୍ତ୍ତା ଦାୟିତ୍ୱ ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀ ତୁଲାଇଥିଲେ । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୬ ବର୍ଷରେ ପଦାର୍ପଣ କରିଛି । ଏହା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।