ମହିମା ପୀଠର ରୂପାନ୍ତରଣ ପାଇଁ ୧୬୦କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨/୧୨: ଆଜି ଯୋରନ୍ଦା ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ମହିମା ପୀଠର ରୂପାନ୍ତରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି । ଏଥିପାଇଁ ପ୍ରାୟ ୧୬୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ ରହିଥିବା ୧୦୫ଟି ମହିମା ମନ୍ଦିରର ଉନ୍ନତି ପାଇଁ ୮ କୋଟି ୩୦ ଲକ୍ଷ ଟଙ୍କା ମଂଜୁର କରାଯାଇଛି । ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଢ଼େଙ୍କାନାଳର ୪ ଜଣ ବିଧାୟକ ଓ ସାଂସଦ ଏବଂ ମହିମା ସାଧୁ ସନ୍ଥ ଏହି ଉତ୍ସବରେ ସାମିଲ ହୋଇଥିଲେ । ମହିମା ଗାଦିର ପାରିପାଶ୍ୱିର୍କ ଉନ୍ନତିକରଣ; ଗାଦି ମଣ୍ଡପ, ବତି ମଣ୍ଡପ, ଶୂନ୍ୟ ମଣ୍ଡପ ନିର୍ମାଣ କାର୍ଯ୍ୟର ଭୂମିପୂଜନ କରାଯାଇଥିଲା ।