ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ,ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ ହେଲା ପ୍ରଥମ ନିମନ୍ତ୍ରଣ ପତ୍ର

ଭୁବନେଶ୍ୱର,୨୧/୧୨: ଜାନୁଆରୀ ୧୭ରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ଆଉ ଏହାରିି ମଧ୍ୟରେ ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ନିମନ୍ତ୍ରଣ ପତ୍ରରେ ଓଲାଗି ହୋଇଥିବା ବାନା ଓ ମହାପ୍ରସାଦ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ବି ବିସ୍ତୁତ ତଥ୍ୟ ଅଛି । କାଲିଠାରୁ ସେବାୟତ ଦୁଇଭାଗରେ ବିଭକ୍ତ ହୋଇ ନିମନ୍ତ୍ରଣ ପାଇଁ ଯିବେ । ରାଜ୍ୟ ବାହାରକୁ ୧୭ଟି ଟିମ ଓ ରାଜ୍ୟ ଭିତରେ ୧୪ଟି ଟିମ୍ ରହିବେ । ୨୬ରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପରେ ଟିମ କାମ କରିବ । ନିମନ୍ତ୍ରଣ ପତ୍ର ଓଡିଆ, ହିନ୍ଦୀ ଓ ଇଂରାଜୀ ଏଭଳି ୩ଟି ଭାଷାରେ ରହିଛି ।

ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏହାଛଡା ରାଜ୍ୟ, ଦେଶ ତଥା ବିଦେଶର ଅନେକ ଅତିଥି ଯୋଗଦେବେ । ଗଜପତି ମହାରାଜ ଯଜ୍ଞର ପୂର୍ଣ୍ଣାହୂତି ଦେବେ ।