ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଚିଠି

ଭୁବନେଶ୍ୱର, ୭/୨: ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପ୍ରସଙ୍ଗ ରେ ଆଜି ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।ଭକ୍ତ ଓ ସେବାୟତଙ୍କ ସ୍ବାର୍ଥର ସୁରକ୍ଷା ହେଉ । ସମସ୍ତଙ୍କ ନଜରରେ ରଖି ତୁରନ୍ତ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଇଛି । ଏନେଇ ଆସନ୍ତା ୧୫ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ।