ପୁଣି କୋଭିଡ ଚିନ୍ତା, ଦେଶରେ ବଢୁଛି ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୦/୧୨: ଏବେ ପୁଣି କୋଭିଡ ନୂଆ ସବ ଭ୍ୟାରିଆଣ୍ଟ ଜେଏନୱାନକୁ ନେଇ ଘାରିଲାଣି ଚିନ୍ତା । କେରଳ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହେଲେ ଆଉ ୧୯ ଆକ୍ରାନ୍ତ । ୧୮ ସଂକ୍ରମିତ ଗୋଆରୁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଗତ ୯ ଦିନରେ ଦେଶରେ କୋଭିଡ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି । ଡିସେମ୍ବର ୧୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୮ ଥିବା ବେଳେ ଗତକାଲି ସୁଦ୍ଧା ଏହି ସଂଖ୍ୟା ୧୯୭୦ ଛୁଇଁଛି । ଏଥିସହ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେରଳରୁ ୫ଜଣ, ଉତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି ।

ନୂଆ ସବ ଭ୍ୟାରିଆଂଟ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ସଂକ୍ରମଣ ରୋକିବାକୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଠକ ଡକାଯାଇଛି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସଚିବମାନେ ଯୋଗଦେବେ ।