ଆଇପିଏଲରେ ସବୁଠୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ,୨୪.୭୫କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ

ନୂଆଦିଲ୍ଲୀ,୧୯/୧୨: ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ । ୨୪.୭୫କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ। ୨୪କୋଟିରେ ବିକ୍ରି ହେବା ପରେ ଏବେ ମିଚେଲ ଷ୍ଟାର୍କ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି। ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କମିନ୍ସଙ୍କୁ ୨୦କୋଟି ୫୦ଲକ୍ଷ ଟଙ୍କାରେ କିଣିବା ପରେ ‌ସେ ଆଇପିଏଲ ଇତିହାସର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ଏହାପରେ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ।

ତେବେ ଚଳିତଥର ୭୭ଟି ସ୍ଥାନ ପାଇଁ ନିଲାମରେ ସମୁଦାୟ ୩୩୨ଖେଳାଳିଙ୍କୁ ସାମିଲ କରାଯାଇଛି।  ସେଥିମଧ୍ୟରୁ ୨୧୪ଜଣ ଭାରତୀୟ ଏବଂ ୧୧୯ଜଣ ବିଦେଶୀ ଖେଳାଳିଙ୍କ ସହ ୨ଜଣ ସହଯୋଗୀ ଦେଶର ଖେଳାଳି ମଧ୍ୟ ଅଛନ୍ତି।  ଏହି ନିଲାମରେ, ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍ ମୋଟ ୨୬୨.୯୫ କୋଟି ଟଙ୍କା ଖର୍ଚ୍ଚ କରି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିପା‌ରିବେ।