ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯/୧୨:ରାଉରକେଲାରେ ଝାଡ଼ାବାନ୍ତି ଆତଙ୍କ ଦେଖାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଠାରୁ ସ୍ଥିତି ସମ୍ପର୍କରେ ଅବଗତ ହେଇଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏ ସମ୍ପର୍କରେ ବୁଝିବା ପରେ ଆସନ୍ତାକାଲି ସ୍ୱାସ୍ଥ୍ୟ ସଚିବ ଓ ନଗର ଉନ୍ନୟନ ସଚିବ ରାଉରକେଲା ଯିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଝାଡ଼ାବାନ୍ତିରେ ପାଖାପାଖି ୩ ଲୋକଙ୍କ ଚିକିତ୍ସା ଚାଲିଥିବା କୁହାଯାଉଛି । ସ୍ଥିତିର ମୁକାବିଲା ପାଇଁ ଉଦ୍ୟମ ଜାରି ରହିଛି ।ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୫୮୦ ଜଣ ଆକ୍ରାନ୍ତ ହେଇଥିବାବେଳେ, ୨୮୭ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ୨୪୦ ଜଣ ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି । ତେବେ ଏବେ ବି ପ୍ରାୟ ୨୦ରୁ ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।