ପୁଣି କରୋନା ଭୟ, ଆସିପାରେ ଗାଇଡ଼ଲାଇନ !

ଭୁବନେଶ୍ୱର,୧୯/୧୨: ପୁଣି ଡରାଇଲାଣି ମହାମାରୀ କରୋନା । କେରଳ ସମେତ ଦେଶର କେତେକ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିିଛି । ଯାହାକୁ ଅତି ଗୁରୁତର ସହ ନେଇଛନ୍ତି କେନ୍ଦ୍ର ସରକାର । କୋଭିଡର ନୂଆ ଭାରିଆଣ୍ଟ ଜେଏନ.୧ ଚିହ୍ନଟ ହେବା ପରେ ସାରା ଦେଶରେ ଆତଙ୍କ ଖେଳିଯାଇଛି । ବିଶେଷ କରି କେରଳ ଓ କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ, ୭ଜଣ ସଂକ୍ରମିତଙ୍କ ମୃତ୍ୟୁ  ହୋଇଛି । ସଂକ୍ରମଣକୁ ଦେଖି ସ୍ଥିିତିର ସମୀକ୍ଷା କରିବାକୁ ବୈଠକ ଡାକିଛନ୍ତିି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ।ବୁଧବାର ସବୁ ରାଜ୍ୟ ସହ ଆଲୋଚନା କରିବେ । ଏପଟେ ରାଜ୍ୟ ସରକାର ଆଗୁଆ ସଚେତନ ହୋଇଛନ୍ତି । ବଡଦିନ ଓ ନୂଆବର୍ଷ ପାଳନବେଳେ ସଚେତନ ରହିବାକୁ ସତର୍କ କରାଇ ଦେଇଛନ୍ତି । ଏମିତି କି ଥଣ୍ଡା କାଶ ହେଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ସ୍ଥିତି ଦେଖି ନୂଆ ଗାଇଡ ଲାଇନ ଫେରି ପାରେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଗାଇଡ ଲାଇନ ପରେ ସବୁ ହସ୍ପିଟାଲରେ ଭିତିଭୂମିକୁ ସଜାଡିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନମୂନା ପରିକ୍ଷାକୁ ବଢାଇ ଦିଆଯାଇଛି । ଗହଳିକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ପାଳନ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।