ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଛନ୍ତି କି? ସାବଧାନ! ଚୋରି ହୋଇପାରେ ତଥ୍ୟ

ଭୁବନେଶ୍ୱର,୧୭/୧୨: ସାମସଙ୍ଗ ମୋବାଇଲ୍ ଫୋନ ବ୍ୟବହାର କରୁଥିଲେ ସାବଧାନ ହୋଇ ଯାଆନ୍ତୁ। ଯଦି ଆପଣଙ୍କର ସାମସଙ୍ଗ ମୋବାଇଲ୍ ଆଣ୍ଡ୍ରଏଡ୍ ଭର୍ସନ ୧୧, ୧୨, ୧୩ କିମ୍ବା ୧୪ ରହିଛି, ତା’ହେଲେ ତୁରନ୍ତ ସିକ୍ୟୁରିଟି ପ୍ୟାଚ୍ ଅପଡେଟ୍ କରନ୍ତୁ । କାରଣ ଏହି ସବୁ ଭର୍ସନର ମୋବାଇଲକୁ ସହଜରେ ହ୍ୟାକ୍ କରା ଯାଇପାରୁଛି । ଆପଣଙ୍କ ତଥ୍ୟ ଚୋରି କରିନେଇପାରନ୍ତି ହ୍ୟାକର୍ । ସାମସଙ୍ଗ ମୋବାଇଲ ବ୍ୟବହାରକାରୀଙ୍କୁ ଏନେଇ ସତର୍କ କରାଯାଇଛି ।