ନାଗପୁରର ଏକ୍ଲପ୍ଲୋସିଭ କାରଖାନାରେ ବିସ୍ପୋରଣ, ୯ମୃତ

ନୂଆଦିଲ୍ଲୀ,୧୭/୧୨: ମହାରାଷ୍ଟ୍ର ନାଗପୁରର ଏକ୍ଲପ୍ଲୋସିଭ କାରଖାନା ସୋଲାର ଇଣ୍ଡଷ୍ଟ୍ରିଜ ଇଣ୍ଡିଆ ଲିମିଟେଡରେର ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ୯ ଜଣଙ୍କ ମୃତ୍ୟୁ ଓ ୩ ଗୁରୁତର ହୋଇଛନ୍ତି   । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ ।  କଂପାନୀ ଗେଟ ଆଗରେ ମୃତକଙ୍କ ସଂପର୍କୀୟଙ୍କ ଭିଡ ଜମିଥିଲା । ସୁରକ୍ଷାକର୍ମୀ ଭିତରକୁ ନଛାଡିବାରୁ କଂପାନୀ ପରିସରରେ ଉତେଜନା ବଢିଥିଲା । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।