ଆୟକର ଚଢ଼ଉ ସମୟରେ ସାମ୍ନାକୁ ଆସିଲା ମଦ କାରବାରର ମୁମ୍ବାଇ ଲିଙ୍କ୍

ଭୁବନେଶ୍ବର,୧୭/୧୨: ମଦ ତିଆରି କାରଖାନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକର ଚଢ଼ଉ ହୋଇଥିଲା। ଏବେ ମଦ କାରବାରର ମୁମ୍ବାଇ ଲିଙ୍କ୍ ଥିବା ସାମ୍ନାକୁ ଆସିଛି। ଏବିଡି ନାମକ କମ୍ପାନିରୁ କମ୍ପୋଜିସନ ଅଣାଯାଇ ଓଡ଼ିଶାରେ ହେଉଥିଲା ବଟଲିଂ। ଉଭୟ ମୁମ୍ବାଇ ଏବଂ ସମ୍ବଲପୁରରେ ଥିବା କମ୍ପାନିର ଆର୍ଥିକ କାରବାର ନେଇ ସନ୍ଦେହ ବଢ଼ିବା ପରେ ଓଡ଼ିଶା ଆସି ସମ୍ବଲପୁର ଓ ଢେଙ୍କାନାଳରେ ଥିବା କମ୍ପାନିରେ ଯାଞ୍ଚ କରିଛି ମୁମ୍ବାଇ ଆୟକର ବିଭାଗ ।ଯାଞ୍ଚ ସମୟରେ ମିଳିଥିବା ଟଙ୍କା ସହ ବିଲ୍ ଏବଂ ଅନ୍ୟାନ୍ୟ କାଗଜପତ୍ର ମଧ୍ୟରେ ତାଳମେଳ ରହୁନଥିବା ଜଣାପଡ଼ିଛି । ଏନେଇ ମୁମ୍ବାଇର ଆୟକର ବିଭାଗ ଅଧିକ ତଦନ୍ତ କରୁଛି। ପ୍ରଥମେ ପଶ୍ଚିମ ଓଡ଼ିଶାରେ ବୌଦ୍ଧ ଡିଷ୍ଟିଲାରି କମ୍ପାନି ଉପରେ ୭ଦିନ ଧରି ଚଢ଼ଉ କରିଥିଲା। ଏହ ପରେ ଶୁକ୍ରବାର ଏବଂ ଶନିବାର ଢେଙ୍କାନାଳରେ ଥିବା ମଦ କମ୍ପାନି ଉପରେ ଆୟକର ବିଭାଗର ଚଢ଼ଉ ଜାରି ରହିଛି। ଏହି ଚଢ଼ଉ ବେଳେ ମୁମ୍ବାଇ ଆୟକର ବିଭାଗକୁ ଓଡ଼ିଶା ଆୟକର ବିଭାଗ ସହଯୋଗ କରିଥିଲା।