ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତାରେ ଆୟୋଜନ ହେବ ପଥଉତ୍ସବ

ଭୁବନେଶ୍ୱର,୧୬/୧୨: ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତା କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପଥଉତ୍ସବ’ର ଆୟୋଜନ କରାଯିବ। ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବରିଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ ପର୍ଯ୍ୟନ୍ତ। ବିଏମ୍‌ସି ଅଂଚଳରେ ଧୁମ୍‌ଧାମରେ ପାଳିତ ହେବ ପଥଉତ୍ସବ। ଚଳିତ ବର୍ଷ ନୂଆଢ଼ଙ୍ଗରେ ଏବଂ ନୂଆରୂପରେ ପଥ ଉତ୍ସବ କରିବାକୁ ନିଷ୍ପତ୍ତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ।  ମାଷ୍ଟରକ୍ୟାଂଟିନ ଛକରୁ ରାମମନ୍ଦିର ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ମାଷ୍ଟରକ୍ୟାଂଟିନଠାରେ ମୁଖ୍ୟ ମଂଚ ରହିବ ଏବଂ ରାମମନ୍ଦିର ନିକଟରେ ଦ୍ୱିତୀୟ ମଂଚ ନିର୍ମାଣ ହେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଗୀତ, ନୃତ୍ୟ, ଝୋଟି, ଯୋଗ, ସ୍କେଟିଂ, ସାଇକେଲିଂ, ବାସ୍କେଟବଲ୍, ଲୁଡୁ, ସାଧାରଣଜ୍ଞାନ, ରଙ୍ଗୋଲି, ମ୍ୟାଜିକ୍‌ ସୋ’, କ୍ଲାଏ ଆର୍ଟ, ଫେସ୍ପେଂଟିଂ, ଜୁମ୍ବା ଆଦି ବିଭିନ୍ନ ବିଭାଗ ରହିଛି।

ଚଳିତବର୍ଷ ୩ଗୋଟି ଜୋନ୍‌ରେ ଏହି ପଥଉତ୍ସବ ଅନୁଷ୍ଠିତହେବ। ଡିସେମ୍ବର ୨୪ ତାରିଖ ଦିନ ଦକ୍ଷିଣ-ପଶ୍ଚିମଜୋନ୍‌ରେ ପଥ ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ, ଜାନୁଆରି ୭ଏବଂ ୨୧ତାରିଖରେ ଅନ୍ୟ ଦୁଇଟି ଜୋନ୍‌ରେ ଅନୁଷ୍ଠିତ ହେବ ବୋଲି କହିଛନ୍ତି କମିସନର।