ଧନୁ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ସହ ପହିଲି ଭୋଗ ଆରମ୍ଭ

ଭୁବନେଶ୍ୱର,୧୬/୧୨: ଆଜି ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ । ଏଥିପାଇଁ ଶ୍ରୀମନ୍ଦିରରେ ଚାଲିଛି ସ୍ୱତନ୍ତ୍ର ନୀତି ।ବାପ ଘରକୁ ବୁଲିଯାଇଛନ୍ତି ମହାଲକ୍ଷ୍ମୀ । ଏବେ ମା’ ଙ୍କ ହାତରନ୍ଧା ଖାଇବେ ମହାପ୍ରଭୁ ଯାହାକୁ ପହିଲି ଭୋଗ କୁହାଯାଏ  । ଧନୁ ସଂକ୍ରାନ୍ତି ରେ ଆଜି ପହିଲି ଭୋଗ ନୀତି ଆରମ୍ଭ ହୋଇ ଶେଷ ହେବ ମକର ସଂକ୍ରାନ୍ତି ଦିନ । ପହିଲିଭୋଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଂଟ ଅନୁଯାୟୀ ରାତି ୨ଟା ୪୦ ରୁ ଶ୍ରୀମନ୍ଦିରର ଦ୍ୱାର ଫିଟାଯାଇ  ମହାପ୍ରଭୁଙ୍କ ମଙ୍ଗଳ ଆରତୀ ହୋଇଥିଲା। ଭୋର ୬ଟା ଭିତରେ ମଇଲମ, ତଡ଼ପଲାଗି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ଗୋପାଳବଲ୍ଲଭ ନୀତି ଶେଷ କରାଯାଇଛି । ଏହା ପରେ ଶ୍ରୀଜିଉଙ୍କର ପହିଲି ଭୋଗ ନୀତି ସମ୍ପାଦନ କରାଯାଇଛି ।