ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ

ଭୁବନେଶ୍ୱର, ୬/୨: ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଆଗ ଧାଡ଼ିର ପୋଲିସ କର୍ମଚାରୀ ନେବେ ଟିକା ।ପ୍ରଥମେ ପୋଲିସ ଡିଜି, ହୋମଗାର୍ଡ ଡିଜି ଓ ପୋଲିସ କମିସନର ନେବେ ଟିକା । ଭୁବନେଶ୍ବରର ୧୯ଟି ପ୍ରତିଷ୍ଠାନର ୮୯୩୭ ପୋଲିସ କର୍ମଚାରରୀ  ଟିକା ନେବେ।ପୋଲିସ ରିଜର୍ଭ ହସ୍ପିଟାଲ,ସପ୍ତମ ବାଟାଲିଅନ ହସ୍ପିଟାଲରେ ଦିଆଯିବ ଟିକା । କମିସନରେଟ ପୋଲିସ ଅଫିସରେ ବି  ଟିକାକରଣ ହେବ ।
କଟକର ୧୧ଟି ପ୍ରତିଷ୍ଠାନର ୬୮୬୭ ପୋଲିସ କର୍ମଚାରୀ ନେବେ ଟିକା । ଏହାସହ କଟକ ନେତାଜୀ ଷ୍ଟାଡିୟମରେ ହୋଇଛି ଟିକାକରଣ କେନ୍ଦ୍ର ।