ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣା, ୭ କର୍ମଚାରୀ ନିଲମ୍ବିତ

ନୂଆଦିଲ୍ଲୀ,୧୪/୧୨: ଲୋକସଭା ଭିତରେ ଅଜଣା ଯୁବକ ପଶିଯିବା ଘଟଣାରେ ୭ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ୭ ଜଣ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ଲୋକସଭା ସେକ୍ରେଟାରିଏଟ୍ । ସୂଚନାଯୋଗ୍ୟ ଯେ, ଗତକାଲି ଲୋକସଭା ଅଧିବେଶନ ଚାଲିଥିବାବେଳେ, ୨ ଜଣ ଯୁବକ ହଠାତ୍ ଲୋକସଭା ଭିତରକୁ ପ୍ରବେଶ କରିଥିଲେ । ଭିଜିଟର ଗ୍ୟାଲେରୀରୁ ଏହି ଦୁଇ ଯୁବକ ଲୋକସଭା ଭିତରକୁ ଡେଇଁଥିଲେ । ହେଲେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସାଂସଦମାନେ ତାଙ୍କୁ କାବୁ କରିବା ସହିତ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ଗତକାଲିର ଏହି ଘଟଣା ପରେ ଲୋକସଭା ସେକ୍ରେଟାରିଏଟ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅନ୍ୟପଟେ ନୂଆ ସଂସଦ ଗୃହରେ ସୁରକ୍ଷାରେ ତ୍ରୁଟି ଦେଖା ଦେବା ପରେ ସୁରକ୍ଷାରେ ବଦଳିଛି ନିୟମ । ଏବେ ସଂସଦ ଭବନକୁ ଭିଜିଟର୍ସ ମାନଙ୍କ ନଆସିବାକୁ ବାରଣ କରାଯାଇଛି । ଏହା ବ୍ୟତୀତ, ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ରୂପେ ପରିବର୍ତନ କରାଯାଇଛି । ଆଜିଠାରୁ ସାଂସଦ, କର୍ମଚାରୀ ଏବଂ ଗଣମାଧ୍ୟମ ସହ ଜଡିତ ଲୋକମାନେ ବିଭିନ୍ନ ସୁରକ୍ଷା ଫାଟକ ଦେଇ ସଂସଦ ଭବନରେ ପ୍ରବେଶ କରିବେ ।