ରାଜ୍ୟରେ ପାରଦ ତଳମୁହାଁ, ରାତିରେ ବଢୁଛି ଥଣ୍ଡା

ଭୁବନେଶ୍ୱର,୧୩/୧୨: ଖସୁଛି ପାରଦ। ଏହି କ୍ରମରେ ରାଜ୍ୟରେ ଧୀରେ ଧୀରେ ଥଣ୍ଡା ବଢ଼ିବାରେ ଲାଗିଛି। କିଛି ଦିନ ହେବ ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଏହାସହ ବିଭିନ୍ନ ସ୍ଥାନରେ କୁହୁଡି ବଢିଥିବା ଦେଖିବାକୁ ମିଳିଛି । ଆଜି ଓ ଆସନ୍ତାକାଲି ଏହି କୁହୁଡି ଅନୁଭୂତି ହେବ ବୋଲି  ପାଣିପାଗ କେନ୍ଦ୍ର ଆକଳନ କରିଛି । ମଙ୍ଗଳବାର ଏବଂ ବୁଧବାର ରାଜ୍ୟରେ କେନ୍ଦୁଝରରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି, ଯାହାକି ସର୍ବନିମ୍ନ ।