ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୩/୧୨: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷାସୂଚୀ ଘୋଷଣା ହୋଇଛି । ଆଜି ମାଧ୍ୟମିକ ଶିକ୍ଷା ପରିଷଦ ତାରିଖ ଘୋଷଣା କରିବା ସହ କେଉଁ ଦିନ କଣ ବିଷୟ ଅଛି ତାହା ବି ଘୋଷଣା କରିଛି । ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ଯାଏଁ ହେବ ପରୀକ୍ଷା ହେବ। ପ୍ରଥମେ ମାତୃଭାଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ୨୯୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପିଲା ପରୀକ୍ଷା ଦେବେ। ୨୦ରେ ଓଡିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା, ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ ଓ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ଗୋଟିଏ ସିଟିଂରେ ସମସ୍ତ ପରୀକ୍ଷା ହେବ।ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ୍ ଦିଆଯିବ। ମାର୍ଚ୍ଚ ୧୫ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଚଳିତଥର ଏଆଇ ଟେକ୍ନୋଲୋଜି ସହାୟତାରେ ସବୁ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ ।