କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ, କହିଲେ ମୋତେ ମାରିବାକୁ ହୋଇଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୨/୧୨: କେରଳ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ରାଜ୍ୟପାଳଙ୍କ ସଂଗୀନ ଅଭିଯୋଗ । ରାଜ୍ୟପାଳ ମହମ୍ମଦ ଆରିଫ ଅଭିଯୋଗ କରିଛନ୍ତି କି ତାଙ୍କୁ ମାରିବା ପାଇଁ, କ୍ଷତି ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପି ବିଜୟନ ଷଡଯନ୍ତ୍ର କରିଛନ୍ତି । ସଂଘବଦ୍ଧ ଆକ୍ରମଣ ପାଇଁ କିଛି ଲୋକଙ୍କୁ ଏଥିରେ ନିୟୋଜିତ କରାଯାଇଛି ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଛନ୍ତି  । ଏଥିସହ ପୁଲିସ ସବୁ ଜାଣିଶୁଣି ଚୁପ ରହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଗତକାଲି ବିମାନବନ୍ଦରକୁ ଯାଉଥିବା ସମୟରେ ଆରିଫଙ୍କୁ କଳାପତାକା ଦେଖାଇ କିଛି ପ୍ରଦର୍ଶନକାରୀ ରୋକିଥିଲେ । ଏଥିସହ ତାଙ୍କୁ କାରକେଡ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।