ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ବାମୀ

ଭୁବନେଶ୍ୱର, ୫/୨: ଢେଙ୍କାନାଳ କଙ୍କଡ଼ାହାଡ଼ ଥାନା ଚୂନରଗଡି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସେଠାରେ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ବାମୀ।  ମହିଳାଙ୍କ ଜୀବନ୍ତ ଦଗ୍ଧ ମୃତଦେହ ଉଦ୍ଧାର କରିିିଛି ପୋଲିସ। ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିଛି।ପାରିବାରିକ କଳହରୁ ଅଘଟଣ ଘଟିଥିବା ସୂଚନା ମିଳିିିଛି। ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଫୋନରେ କଥା ହେବାକୁ ନେଇ ହୋଇଥିଲା ବଚସା ହୋଇଥିବା ଜଣାପଡିଛି।