ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୧/୧୨: ମୋହନ ଯାଦବ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମକୁ ନେଇ ସହମତି ମିଳିଥିଲା । ତାଙ୍କ ନାମ ଉପରେ ଦଳୀୟ ଶୀର୍ଷ ନେତୃତ୍ବଙ୍କ ମୋହର ବାଜିଛି। ମଧ୍ୟପ୍ରଦେଶରେ ଡିସେମ୍ବର ୩ତାରିଖରେ ନିର୍ବାଚନ ଫଳାଫଳ ଆସିଥିବା ବେଳେ ୮ ଦିନ ପରେ ଦଳୀୟ ହାଇକମାଣ୍ଡ ତାଙ୍କ ନାମ ଚୂଡ଼ାନ୍ତ କରିଛନ୍ତି। ମୋହନ ଯାଦବ ଉଜ୍ଜୈନ ଦକ୍ଷିଣରୁ ତୃତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଯାଦବ ଜୁଲାଇ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ଶିବରାଜ ସିଂ ଚୌହାନ କ୍ୟାବିନେଟରେ ଶିକ୍ଷାମନ୍ତ୍ରୀ ଥିଲେ ଏବଂ ୨୦୧୩ ରୁ ଲଗାତାର ବିଧାୟକ ଅଛନ୍ତି।