ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ଜାମ୍ମୁ କାଶ୍ମୀରରେ ‘୩୭୦’ ଉଚ୍ଛେଦ ବୈଧ

ନୂଆଦିଲ୍ଲୀ,୧୧/୧୨ :ଜାମ୍ମୁ କାଶ୍ମୀରରେ ‘୩୭୦’ ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ‘୩୭୦’ ଉଚ୍ଛେଦକୁ ବୈଧ କହିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଏହି ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ଥିବା ସୂଚନା ମିଳିଛି । ସିଜେଆଇ ଡିୱାଇ ଚନ୍ଦ୍ରଚୁଡ଼ କହିଛନ୍ତି, ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ । ଏଠାରେ ପ୍ରଚଳିତ ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ତେବେ ଭାରତରେ ମିଶ୍ରଣ ପରେ ଜାମ୍ମୁ କାଶ୍ମୀର ଆଉ ସ୍ୱତନ୍ତ୍ର ମାନ୍ୟତା ବଜାୟ ରଖି ପାରିବନି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ ।  ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଥିଲା । ମାତ୍ର NC, PDP ସମେତ ଏକାଧିକ ଦଳ ଏହାକୁ ବିରୋଧ କରିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ।