ଖସିଲା ତାପମାତ୍ରା, ରାଜ୍ୟରେ ବଢ଼ିଲା ଶୀତ

ଭୁବନେଶ୍ୱର,୧୧/୧୨: ରାଜ୍ୟରେ ଧିରେ ଧିରେ ବଢୁଛି ଶୀତର ପ୍ରଭାବ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ଦୁଇ ତିନି ଡିଗ୍ରୀ ଖସିଛି । ୧୪ ତାରିଖ ବେଳକୁ ରାଜ୍ୟ ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀକୁ ଖସିବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୧୧.୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୧.୫, ବାରିପଦାରେ ୧୪.୨, ଦାରିଙ୍ଗବାଡିରେ ୧୨.୫, ରାଉରକେଲାରେ ୧୩.୩, ଝାରସୁଗୁଡାରେ ୧୩.୨, ଫୁଲବାଣୀରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।