ଛତିଶଗଡର ମୁଖ୍ୟମନ୍ତ୍ରୀ ହେଲେ ବିଜେପି ବିଧାୟକ ବିଷ୍ଣୁଦେବ ସାଏ

ନୂଆଦିଲ୍ଲୀ,୧୦/୧୨: ଛତିଶଗଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେପି ବିଧାୟକ ବିଷ୍ଣୁଦେବ ସାଏ।  ବିଜେପି ବିଧାୟକ ଦଳ ବୈଠକରେ ସର୍ବ ସମ୍ମତିକ୍ରମେ ବିଷ୍ଣୁଦେବଙ୍କ ନାମ ଉପରେ ସହମତି ପ୍ରକାଶ ପାଇଛି । ନିର୍ବାଚନ ଫଳାଫଳ ବାହାରିବାର ୮ ଦିନ ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ବିଷ୍ଣୁଦେବଙ୍କ ନାମ ଘୋଷଣା କରିଛନ୍ତି । ବିଶେଷ ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଦୌଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଓ ଆଦିବାସୀ ନେତ୍ରୀ ରେଣୁକା ସିଂଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ ବିଜେପି ବିଷ୍ଣୁଦେବଙ୍କ ନାମ ଘୋଷଣା ହୋଇଛି।