ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ

ନୂଆଦିଲ୍ଲୀ, ୦୯/୧୨:ଆଗକୁ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଆଜି ସାମ୍ନାକୁ ଆସିଛି ମନ୍ଦିର ଗର୍ଭଗୃହର ପ୍ରଥମ ଫଟୋ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦୁଇଟି ଫଟୋରେ ପ୍ରଭୁ ରାମଲାଲା ବିରାଜମାନ ହେବାକୁ ଥିବା ସିଂହାସନ ସମେତ ଗର୍ଭଗୃହ ଭିତରର ସୁନ୍ଦର କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହି ଦୁଇଟି ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଂଟରେ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଯେ  ଜାନୁଆରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ, ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।