ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ୪୦ ରୁ ଅଧିକ ସ୍ଥାନରେ NIAର ଚଢ଼ାଉ, ୧୩ ଗିରଫ

ନୂଆଦିଲ୍ଲୀ,୯/୧୨: ଆଇଏସଆଇଏସର ଷଡଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଏନଆଇଏ ଦ୍ୱାରା ମୋଟ ୪୧ଟି ସ୍ଥାନରେ ଚଢାଉ କରାଯାଇଛି । ଏହି କ୍ରମରେ ୧୩ ଜଣଙ୍କୁ ଗିରଫ କରାଯାଇଛି । ଅଲକାଏଦା ଓ ଆଇଏସଆଇଏସ ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ହିଂସାତ୍ମକ ଉଗ୍ରବାଦୀ ବିଚାରଧାରାର ଶପଥ ନେଇ ଆତଙ୍କବାଦୀ ଗ୍ୟାଙ୍ଗ ଗଠନ କରିଥିବା ଅଭିଯୁକ୍ତ ଓ ସେମାନଙ୍କ ସହଯୋଗୀଙ୍କ ଷଡଯନ୍ତ୍ର ସଂପର୍କରେ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଫୋର୍ସ ସହ ଏନଆଇଏ ଆଧିକାରୀମାନେ ଏହି ଚଢାଉରେ ସାମିଲ ହୋଇଛନ୍ତି । ଧର୍ମ ଆଧାରେ ଏବଂ ସମଭାବାପ୍ନ ଯୁବକମାନଙ୍କୁ ନିଯୁକ୍ତି ଦେଇ ଭାରତରେ ଇସଲାମିକ ଶାସନ ପ୍ରତିଷ୍ଠା କରିବା ପାଇଁ ଆତଙ୍କବାଦୀ ସଂଗଠନଗୁଡିକ ହିଂସାତ୍ମକ ଜିହାଦ ଆରମ୍ଭ କରିଛନ୍ତି ।