ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ

ପୁରୀ, ୦୯/୧୨: ବଦଳିବ ଶ୍ରୀଗୁଣ୍ଡିଚା ମନ୍ଦିରର ରୂପରେଖ । ଭିତରେ ଥିବା ପାଚେରୀରେ ସ୍ଥାନ ପାଇବ ଶ୍ରୀକୃଷ୍ଣଙ୍କ ୧୬ କଳା । ସେହିପରି ଆନନ୍ଦବଜାରର ମଧ୍ୟ ନବକଳେବର ହେବ । ଏନେଇ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରିୟା । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଏଭିକସନ ଆରମ୍ଭ ହୋଇଛି । ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ନାକଚଣା ଦ୍ୱାର ନିକଟ ବରଗଛକୁ ହୋଇଥିବା ପିଣ୍ଡିକୁ ମଧ୍ୟ ଜେସିପି ସାହାଯ୍ୟରେ ହଟାଇ ଦିଆଯାଇଛି । ଏଥିସହିତ ମନ୍ଦିର ପରିସରକୁ ଲାଗି ରହିଥିବା ସମସ୍ତ ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି ।