ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଲା ଆଦିତ୍ୟ L1

ନୂଆଦିଲ୍ଲୀ,୮/୧୨: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ଆଦିତ୍ୟ-ଏଲ୍-୧ ମହାକାଶଯାନରେ ଥିବା ସୋଲାର ଅଲ୍ଟ୍ରାଭାୟୋଲେଟ୍ ଇମେଜିଂ ଟେଲିସ୍କୋପ୍ ନିକଟରେ ସୂର୍ଯ୍ୟଙ୍କର ପ୍ରଥମ ଫୁଲ୍ ଡିସ୍କ ଫଟୋ ଉଠାଇଛି। ଇସ୍ରୋ ପକ୍ଷରୁ ଏସବୁ ଫଟୋ ଜାରି କରାଯାଇଛି ।  ୨୦୦ରୁ ୪୦୦ ନାନୋମିଟର ପର୍ଯ୍ୟନ୍ତ ତରଙ୍ଗଦୈର୍ଘ୍ୟକୁ କଭର କରୁଥିବା ଏହି ଫଟୋଗୁଡ଼ିକ ସୂର୍ଯ୍ୟର ଫଟୋସ୍ଫିୟର ଏବଂ କ୍ରୋମୋସ୍ଫିୟର ବିଷୟରେ ଅଭୂତପୂର୍ବ ସୂଚନା ପ୍ରଦାନ କରିଥାଏ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଭାରତୀୟ ରକେଟ୍ ପୋଲାର ସାଟେଲାଇଟ୍ ଲଞ୍ଚ ଭେଇକିଲ୍-ଏକ୍ସଏଲ୍ ରେ ଆଦିତ୍ୟ-ଏଲ୍-୧କୁ ନିମ୍ନ ପୃଥିବୀ କକ୍ଷପଥରେ (ଏଲ୍ଇଓ) ସ୍ଥାପନ କରାଯାଇଥିଲା। ଏବେ ଆଦିତ୍ୟ ଏଲ-୧ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଏଲ୧ ନାମକ ଏକ ସ୍ଥାନରେ ରହି ସୂର୍ଯ୍ୟର ଅଧ୍ୟୟନ କରୁଛି ।