ମହଙ୍ଗା ହେବନି ଇଏମ୍ଆଇ, ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ,୮/୧୨: ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ । କ୍ରମାଗତ ପଂଚମ ଥର ପାଇଁ ରେପୋ ରେଟ୍ ଅପରିବର୍ତିତ ରଖିଛି ଆରବିଆଇ। ରେପୋ ରେଟ୍ ୬.୫ ପ୍ରତିଶତ ଅପରିବର୍ତିତ ରଖିବାକୁ ଆରବିଆଇ ମନିଟାରୀ ପଲିସି କମିଟି ନିଷ୍ପତି ନେଇଛି। ଏନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ଫଳରେ ମହଙ୍ଗା ହେବନି ଇଏମ୍ଆଇ । ଏହା ସହ ୨୦୨୩-୨୪ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୭ ପ୍ରତିଶତ ସମ୍ଭାବନା ରହିଛି ।  ଏହା ସହ ଶକ୍ତିକାନ୍ତ ଦାସ କହିଛନ୍ତି, ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ନଭେମ୍ବର-ଡିସେମ୍ବର ମାସରେ ମୁଦ୍ରାସ୍ପୀତି ଅଭିବୃଦ୍ଧି ଊଦ୍ଧ୍ୱର୍ଗାମୀ ରହିଥିଲା । ଏହା ଛଡା ଡାକ୍ତରଖାନା, ଶିଖାନୁଷ୍ଠାନ ଗୁଡ଼ିକ ଲାଗି ୟୁପିଆଇ ପେମେଂଟ ଲିମିଟ୍ ପ୍ରତି ଟ୍ରାଞ୍ଜାକ୍ସନ ପିଛା ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।