ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ: ଅମିତାଭ ବଚ୍ଚନ, ସଚିନ ତେନ୍ଦୁଲକର ଓ ବିରାଟ କୋହଲୀଙ୍କ ସମେତ ୮ହଜାର ଅତିଥିଙ୍କୁ ନିମନ୍ତ୍ରିତ

ନୂଆଦିଲ୍ଲୀ,୭/୧୨:  ଜାନୁଆରୀ ୨୨ରେ ହେବ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପାଖାପାଖି ୮ହଜାର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ଦିଆଯିବ । ସ୍ୱତନ୍ତ୍ର ଭାବେ ୩୨ଶହ ସନ୍ଥଙ୍କୁ ନିମନ୍ତ୍ରଣ ଦିଆଯାଇଛି । ରାଜନୀତି, ଶିଳ୍ପପତି, କ୍ରିକେଟର, ସିନେ ଜଗତ ଓ ଧର୍ମଗୁରୁ ଯୋଗ ଦେବେ । ଅତିଥି ତାଲିକାରେ କ୍ରିକେଟର ବିରାଟ କୋହଲୀ, ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର. ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ, ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀ, ରତନ ଟାଟା ନାଁ ଥିବା ସୂଚନା ରହିଛି । ମୁଖ୍ୟ ଅତିଥିଭାବେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେବା ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବା ନେଇ ସୂଚନା ରହିଛି ।