ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ

ଭୁବନେଶ୍ୱର,୦୭/୧୨: ଆଜି ସକାଳେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ୧୬ ନଂ ଜାତୀୟ ରାଜପଥର କୁଆଖିଆଠାରେ ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଲଷ୍ମୀନାରାୟଣପୁର ଅଞ୍ଚଳର ପରେଶ କୁମାର ଦାଶ। ଆଜି ସେ ଭୋରୁ କର୍ମସ୍ଥଳୀ ଆନନ୍ଦପୁରକୁ ଫେରୁଥିଲେ। ତେବେ କୌଣସି କାରଣରୁ ତାଙ୍କର ଟ୍ରକ୍ ସହ ଧକ୍କା ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। କୁଆଖିଆ ପୁଲିସ ମୃତଦେହ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ସେହିପରି ପୁରୀ -ଭୁବନେଶ୍ୱର ଜାତୀୟ ରାଜପଥ ପିପିଲି ଥାନା ଅନ୍ତର୍ଗତ ମଙ୍ଗଳପୁରଠାରେ ପଦ୍ମାବତୀ ବସ୍ ଧକ୍କାରେ ମାଳିଗୋପାଳି ଗାଁର ଫଗୁ ବେହେରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରାସ୍ତାରୋକ ହୋଇଛି। ପିପିଲି ଥାନା ପୁଲିସ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।