ଇସ୍ତଫା ଦେଲେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ

ନୂଆଦିଲ୍ଲୀ,୬/୧୨: ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ବୁଧବାର ଇସ୍ତଫା ଦେଇଛନ୍ତି । ଏହି ସମସ୍ତ ସାଂସଦ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୨୧ ସାଂସଦଙ୍କୁ ବିଧାୟକ ଭାବେ ଲଢିବା ପାଇଁ ସ୍ଥିର କରି ଟିକେଟ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ବିଜୟ ଲାଭ କରିଛନ୍ତି ଏବଂ ବାକି ୯ ଜଣ ସାଂସଦ ନିର୍ବାଚନରେ ​​ପରାଜୟ ବରଣ କରିଛନ୍ତି । ବିଧାନସଭା ନିର୍ବାଚନରେ ​​ଜିତିଥିବା ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜେପି ନାଡାଙ୍କୁ ଭେଟିବା ପରେ ଇସ୍ତଫା ଦେଇଛନ୍ତି ।