ଇଣ୍ଡୋନେସିଆରେ ଭୟଙ୍କର ଆଗ୍ନେୟ ଉଦଗୀରଣ, ୧୧ଜଣ ପର୍ବତାରୋହୀ ମୃତ

ଭୁବନେଶ୍ୱର,୪/୧୨: ଇଣ୍ଡୋନେସିଆରେ  ପଶ୍ଚିମ ସୁମାତ୍ରା ସ୍ଥିତ ମାଉଣ୍ଟ ମେରାପିରେ ଆଗ୍ନେୟଗିରି ଉଦଗୀରଣ ହୋଇଛି । ଏଥିରେ ୧୧ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୩ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି ରେସ୍କ୍ୟୁ ଟିମ୍ । ଏହାସହ ଅନେକ ପର୍ବତାରୋହୀ ନିଖୋଜ ଥିବା ସୂଚନା ରହିଛି । ଆଖପାଖ ଅଞ୍ଚଳରେ ଆଗ୍ନେୟଗିରି ଉଦଗୀରଣ ଜନିତ ଭଗ୍ନାଶ ଖସିବା ସହିତ ପାଉଁଶ ଗଦା ହୋଇପଡିଛି । ବିପଦ ଆଶଙ୍କା କରାଯାଇ ଆଖପାଖର ଲୋକଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାମ ଜାରି ରହିଛି । ସୂଚନା ଅନୁସାରେ ଶନିବାର ମାଉଣ୍ଟ୍ ମେରାପିରେ ପାଖାପାଖି ୭୫ରୁ ଅଧିକ ପର୍ବତାରୋହୀ ଥିଲେ । ସେମାନଙ୍କ ମଧ୍ୟରୁ ପାଖାପାଖି ୩୦ ଜଣଙ୍କୁ ସ୍ଥାନାନ୍ତର କରାଯାଇପାରିନଥିଲା । ୧୪ ଜଣଙ୍କ ପତ୍ତା ମିଳିଥିବାବେଳେ ୩ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।