୨ଟି ଚିଟଫଣ୍ଡ ଠକେଇ ମାମଲାରେ ୭ ଜଣଙ୍କୁ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର, ୪/୨: ୨ଟି ଚିଟଫଣ୍ଡ ଠକେଇ ମାମଲାରେ ୭ ଜଣଙ୍କୁ ଜେଲ ଦଣ୍ଡାଦେଶ ହୋଇଛି। ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ୭ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ନିର୍ଦ୍ଦେଶ ହୋଇଛି। ସିଦ୍ଧ ମହାପୁରୁଷ ମନି ସୋସାଇଟି ନାଁରେ ୨ଟି ଠକେଇ ମାମଲାରେ ଦଣ୍ଡ ମିଳିଥିବା ବେଳେ ୨ଟି ମାମଲାରେ ମୋଟ ୮ କୋଟିରୁ ଅଧିକ ଠକେଇ ଅଭିଯୋଗ ଥିଲା।