୫ କିଲୋମିଟର ବେଗରେ ଗତି କରୁଛି ବାତ୍ୟା ମିଗଜାଉମ୍

ଭୁବନେଶ୍ୱର,୩/୧୨: ବଙ୍ଗୋପସାଗରରେ ଆଗକୁ ବଢୁଛି ବାତ୍ୟା ‘‘ମିଗଜାଉମ୍’ । ୬ ଘଣ୍ଟା ହେବ ୫ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟନମ୍ ଉପକୂଳ ଦେଇ ଅତିକ୍ରମ କରିବ ।ବାତ୍ୟା ପ୍ରଭାବରେ ଘଣ୍ଟାକୁ ୮୦ରୁ ୯୦ କିଲୋମିଟର ପବନ ବୋହିବ । ଏହାସହ ଆନ୍ଧ୍ରର ପୁଦୁକୋଟୋଇ, ଜଞ୍ଜାବୁର, ତିରୁବରୁତ, ନାଗପଟ୍ଟିନମ୍, ତିରୁବଲ୍ଲୁର, ଚେନ୍ନାଇ, କାଞ୍ଚିପୁରମ୍, ରାନୀପେଟ, ଚେଙ୍ଗଲପଟ୍ଟୁ, ବିଲ୍ଲୁପୁରମ୍, କୁଡ୍ଡାଲୋର ଅ୍ରାଦି ଜିଲ୍ଲାରେ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି ।ବାତ୍ୟାର ପ୍ରଭାବ ରେଲୱେ ଉପରେ ବି ପଡିବାର ସମ୍ଭାବନା ଥିବାରୁ ୩ରୁ ୭ ଡିସେମ୍ବର ଯାଏଁ ଦୂରଗାମୀ ଟ୍ରେନ ଗୁଡିକୁ ବାତିଲ କରାଯାଇଛି । ବାତ୍ୟା ଯୋଗୁଁ ଓଡିଶାର କିଛି ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।