ରାଜଧାନୀରେ ପୁଣି ଆଜି ଦୁର୍ଘଟଣା, ଜଣେ ମୃତ ଓ ୩ଗୁରୁତର

ଭୁବନେଶ୍ୱର,୩/୧୨: ରାଜଧାନୀରେ ପୁଣି ଆଜି ଦୁର୍ଘଟଣା ଘଟିଛି । ଏଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରଶେଖରପୁର ଥାନା ନିକଟ ପେଟ୍ରୋଲ ପମ୍ପ ପାଖରେ ଦୁର୍ଘଟଣା ଘଟିଛି। ଏଠାରେ ଭାରସାମ୍ୟ ହରାଇ ଏକ ଦ୍ରୁତଗାମୀ କାର୍ ଡିଭାଇଡର ଉପରକୁ ମାଡ଼ିଯାଇ ଅପରପାର୍ଶ୍ୱରେ ଥିବା ବସକୁ ପିଟିଥିଲା। ଏହାଫଳରେ ବଡ଼ ଧରଣର ଦୁର୍ଘଟଣା ଘଟିଛି ।ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି ।