ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓରେ ୭.୫ ତୀବ୍ରତା ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩/୧୨: ଦକ୍ଷିଣ ଫିଲିପାଇନ୍ସର ‘ମିଣ୍ଡାନାଓ’ରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୫ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ କିଛି ସ୍ପଷ୍ଟ ହୋଇନି। କିନ୍ତୁ  ଭୂକମ୍ପ ପ୍ରଭାବରେ ଫିଲିପାଇନ୍ସ ଉପକୂଳ ଓ ଦକ୍ଷିଣ-ପଶ୍ଚିମ ଜାପାନ ଉପକୂଳରେ ସୁନାମୀ ଆସିବା ଆଶଙ୍କା କରାଯାଉଛି । ଏ ନେଇ ହାଇଆଲର୍ଟ କରାଯାଇଛି । ଗଭୀର ସମୁଦ୍ରରେ ରହିଥିବା ଜାହାଜଗୁଡିକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେହିଠାରେ ରହିବାକୁ କୁହାଯାଇଛି । ଉପକୂଳ ନିକଟରେ ରହୁଥିବା ଲୋକଙ୍କୁ ତୁରନ୍ତ ସ୍ଥାନ ଖାଲି କରି ଦୂରକୁ ଚାଲିଯିବାକୁ କୁହାଯାଇଛି ।