ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, କୃଷି ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର,୨/୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ଗଭୀର ଅବପାତର ରୂପ ନେଇଛି। ଆହୁରି ଘନିଭୂତ ହୋଇ ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ ନେବ । ୪ ତାରିଖରେ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ତତସଂଲଗ୍ନ ଉତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି ପୂର୍ବନୁମାନ କରିଛି ପାଣିପାଗ ବିଭାଗ ।  ୫ ତାରିଖ ପୂର୍ବାହ୍ନରେ ଆନ୍ଧ୍ର ଉପକୂଳର ନେଲୋର ଓ ମଛିଲିପଟନମ୍ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ବେବେ ଘଂଟା ପ୍ରତି ୧୦୦ କିଲୋମିଟର ବେଗର ଝଟକା ଦେଇପାରେ ପବନ। ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଳ ପାଇଁ ବାତ୍ୟା ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟାର ସିଧାପ୍ରଭାବ ଓଡ଼ିଶା ଉପରେ ପଡିବା ଆଶଙ୍କା କମ୍ ରହିଥିଲେ ବି ପ୍ରଭାବରେ ଓଡ଼ିଶାର ଉପକୂଳ ସମେତ ୧୫ରୁ ଅଧିକ ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।ପ୍ରବଳ ବର୍ଷା ଆଶଙ୍କା ଥିବା ୫ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏସବୁ ଜିଲ୍ଲାଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ ଗଞ୍ଜାମ । ଡିସେମ୍ବର ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି ।