ରାଜ୍ୟରେ ଆଜି ୮୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୪/୨: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ଆଜି ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୮୭ ଙ୍କ ମଧ୍ୟରୁ ସଂଗରୋଧରୁ ୫୧ ଓ ସ୍ଥାନୀୟ ଅଞ୍ଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯ ପହଂଚିଛି। ଏବେ ସୁଦ୍ଧା ୩ ଲକ୍ଷ ୩୨ ହଜାର ୪୯୯ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି  ୯୧୦ ଜଣ ଚିକିତ୍ସାଧୀନ ଅଛନ୍ତି।