ପୁରୀରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

ଭୁବନେଶ୍ୱର,୨/୧୨: ପୁରୀରେ ଫାଇଭ-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଦକ୍ଷ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି । ମଠ ଗୁଡିକର ପୁନଃରୁଦ୍ଧାର ଓ ଶ୍ରୀମନ୍ଦିରର ଉତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଲ୍ୟାଣ୍ଡସ୍କାପିଂ କାମ ଡିସେମ୍ବର ୯ ତାରିଖ ସୁଦ୍ଧା ସରିବାକୁ ପରାମର୍ଶ ଦେଇଛନ୍ତି ପାଣ୍ଡିଆନ୍ । ଏହାସହ ଦୋଳବେଦୀ ଅଞ୍ଚଳର ତ୍ୱରିତ୍ ବିକାଶ, ଅଧିକ ଦକ୍ଷ କାରିଗର ନିଯୁକ୍ତ କରି ଏମାର ମଠ, ପଞ୍ଜାବୀ ମଠ ଆଦିର ପୁନଃରୁଦ୍ଧାର କରିବା ସହ ପରିକ୍ରମା ପ୍ରକଳ୍ପ ସମ୍ମୁଖ ଭାଗର ରଙ୍ଗ କାମ ଆଗେଇ ନେବାକୁ କୁହାଯାଇଛି । ଏହାସହ ପୁରୀରେ ହେବାକୁ ଥିବା ଏସି ଟନେଲ ପାଇଁ ରାସ୍ତା କଡକୁ ଉଠା ଦୋକାନ ହଟେଇ, ଅନ୍ୟତ୍ର ଥଇଥାନ କରିବାକୁ ପରାମର୍ଶ ଦେଇଛନ୍ତି । ସିଂହଦ୍ୱାରରୁ ମରିଚି କୋର୍ଟ ପର୍ଯ୍ୟନ୍ତ ରାସ୍ତା ସଫା କରିବାକୁ କହିଛନ୍ତି ।