ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ

ନୂଆଦିଲ୍ଲୀ,୧/୧୨: ଆଜି ଓଡିଶା ଫେରିବେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଓଡିଆ ଶ୍ରମିକ । ଏମାନେ ହେଲେ ବାରିପଦାର ବିଶ୍ୱେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡକୁଦରର ଧୀରେନ ନାୟକ, ତାଲବେଡାର ଭଗବାନ୍ ଭତ୍ରା ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ । ନୂଆଦିଲ୍ଲୀରୁ ଭୁବନେଶ୍ୱରରେ ବିମାନ ଯୋଗେ ଆସି ପହଞ୍ଚିବେ । ସେମାନଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ନବୀନ ନିବାସ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।