ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି, ୯୭ଟି ତେଜସ ଯୁଦ୍ଧ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକ୍ପଟର କ୍ରୟକୁ ମଂଜୁରୀ ପ୍ରଦାନ

ନୂଆଦିଲ୍ଲୀ,୩୦/୧୧: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ  ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୯୭ଟି ତେଜସ୍ ଲଢୁଆ ବିମାନ ଓ ୧୫୬ଟି ପ୍ରଚଣ୍ଡ ଆଟାକ୍ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦିଆଯାଇଛି । ଏସବୁର ମୋଟ ମୂଲ୍ୟ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା ହେବ । ଏହାଛଡ଼ା ଆଉ କିଛି ପ୍ରତିରକ୍ଷା ଉପକରଣ କ୍ରୟକୁ ମଧ୍ୟ ମଞ୍ଜୁରୀ ମିଳିଛି ।